ବନ୍ଦ କରନ୍ତୁ

କୃଷି

ଯାଜପୁର ଜିଲ୍ଲା ରାଜ୍ୟର ଏକ ପ୍ରମୁଖ କୃଷି ପ୍ରଧାନ ଜିଲ୍ଲା । ଏହା ପାହାଡ, ନଦୀ, ନାଳ ଜଙ୍ଗଲ ଦ୍ଵାରା ପରିବେଷ୍ଟିତ । ଦୁଇ ଗୋଟି କୃଷି ଜାଳବାୟୁ ମଣ୍ଡଳକୁ ୩ ଟି କୃଷି ଜିଲ୍ଲା ଓ ୧୦ ଗୋଟି ବ୍ଲକକୁ ନେଇ ଏହା ଗଠିତ । ମୋଟ ୧,୪୨ ,୭୫୦ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଧାନ ଜମିର ପରିମାଣ ୧,୧୧ ୧୦୦ ହେକ୍ଟର । ଜିଲ୍ଲାର ଉର୍ବର ଦୋରସା ପଟୁ ମାଟି ଫସଲର ଉତ୍ପାଦିକତା ବୃଦ୍ଧିରେ ସହାୟକ । ଜିଲ୍ଲାରେ ଦୋରସା, ବାଲିଆ, ମଟାଳ, ନାଲି ଜାତୀୟ ମୃତ୍ତିକା ଅବସ୍ଥିତ । ରାଜ୍ୟ ତଥା ଜିଲ୍ଲାର ଦ୍ରୁତ ଶିଳ୍ପାୟନ ଉର୍ବର ଚାଷ ଜମିକୁ କ୍ରମଶଃ ସଙ୍କୁଚିତ କରୁଅଛି । ଖରିଫ ଋତୁରେ ଧାନ ପ୍ରମୁଖ ଫସଲ ହୋଇଥିବା ବେଳେ ରବି ଋତୁରେ ଚିନାବାଦାମ, ମୁଗ, ବିରି ଜାତୀୟ ଡାଲି ଫସଲ ମୁଖ୍ୟତଃ ବହୁଳ ଭାବରେ ଚାଷ କରାଯାଇଥାଏ । ସମଗ୍ର ରାଜ୍ୟରେ ଚିନାବାଦାମ ଚାଷ ପାଇଁ ଯାଜପୁର ଜିଲ୍ଲା ଲାଭ କରିଅଛି । ଜିଲ୍ଲାରେ ସାଧାରଣତଃ ୩୦,୦୦୦ ରୁ ୩୫,୦୦୦ ହେକ୍ଟର ଜମିରେ ଚିନାବାଦାମ ଚାଷ କରାଯାଇଥାଏ । ଏହା ବ୍ୟତିତ ଜିଲ୍ଲାର ରସୁଲପୁର, ବଡଚଣା, ଯାଜପୁର ବ୍ଲକ ପନିପରିବା ଚାଷ ପାଇଁ ସାରା ରାଜ୍ୟରେ ବେଶ ଗର୍ବିତ । ଏହା ବ୍ୟତିତ ଢେଙ୍କାନାଳ ଜିଲ୍ଲାରେ ଥିବା ଶକ୍ତି ସୁଗାର ଚିନି କଳ ମାଧ୍ୟମରେ ଓ ରାଜ୍ୟ ସରକାରଙ୍କର କୃଷି ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାରେ ଚାଷୀମାନେ ପାଖାପାଖି ୧୫୦୦ ହେକ୍ଟର ଆଖୁଚାଷ କରି ବେଶ ଲାଭବାନ ହୋଇପାରୁଛନ୍ତି ।

ପଚିଶ ବର୍ଷ ତଳର କୃଷି ଓ ଏବେକାର କୃଷି ଭିତରେ ସ୍ପଷ୍ଟ ପ୍ରଭେଦ ବାରି ହୋଇପଡେ । ଜିଲ୍ଲାରେ କୃଷି ବିଭାଗର ପ୍ରେରଣା କ୍ରମେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା –ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ,ପୂର୍ବ ଭାରତରେ ସବୁଜ ବିପ୍ଲବ,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ,ଜାତୀୟ ତୈଳ ବୀଜ ଓ ତାଳ ତୈଳ ଯୋଜନା ,କୃଷି ଯାନ୍ତ୍ରିକିକରଣ ଯୋଜନା ,ଜଳନିଧି ଯୋଜନା , ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ପ୍ରଧାନମନ୍ତ୍ରୀ କୃଷି ସିଞ୍ଚୟୀ ଯୋଜନା ଓ ରାଜ୍ୟ ଯୋଜନରେ ଚାଷୀମାନେ ସଂଶ୍ଳିଷ୍ଟ ହୋଇ ଉପକୃତ ହୋଇପାରୁଛନ୍ତି । ଚାଷୀ ଓ କୃଷି ବିଭାଗର ଉଦ୍ୟମକ୍ରମେ ଧାନ ଓ ପନିପରିବା ଉତ୍ପାଦନରେ ଜିଲ୍ଲା ସ୍ଵାବଲମ୍ବୀ ହୋଇପାରିଛି ।

ରାଜ୍ୟ ସରକାର ପ୍ରଚଳନ କରିଥିବା ବିଜୁ କୃଷକ କଲ୍ୟାଣ ଯୋଜନା ରେ କୃଷକ ଓ ତାର ପରିବାର ର ନିଜର ସ୍ୱାସ୍ଥ୍ୟ ପାଇଁ ବର୍ଷ କୁ ଏକ ଲକ୍ଷ୍ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସୁବିଧା ପାଇପାରୁଛନ୍ତି।
ପଚିଶ ବର୍ଷ ତଳେ କୃଷି କାର୍ଯ୍ୟରେ ହାତଗଣତି ଟ୍ରାକ୍ଟର ବ୍ୟବହୃତ ହେଉଥିବାବେଳେ ରାଜ୍ୟସରକଙ୍କ ସ୍ଵତନ୍ତ୍ର ପ୍ରୋତ୍ସାହନ ପାଇଁ ଏବେ ଗାଁ ଗାଁ ରେ ଚାଷୀମାନେ ଟ୍ରାକ୍ଟର, ପାୱାରଟିଲର, ରୋଟୋଭେଟର, ସ୍ଵତନ୍ତ୍ର ଶକ୍ତିଚାଳିତଯନ୍ତ୍ର, କମ୍ବାଇନ ହାର୍ଭେଷ୍ଟର ଇତ୍ୟାଦି ଉନ୍ନତ ଯନ୍ତ୍ରପାତି ବେବ୍ୟହାର କରି ଫସଲର ଉତ୍ପାଦିକତା ଓ ଉତ୍ପାଦନ ବୃଦ୍ଧି କରିପାରୁଛନ୍ତି।

ଏହି ପଚିଶ ବର୍ଷ ଭିତରେ ଜିଲ୍ଲା ରେ ବହୁଳ ଭାବରେ ଅଧିକ ଅମଳକ୍ଷମ ଓ ଶଙ୍କର କିସମର ବ୍ୟବହାର, ଉନ୍ନତ ଜ୍ଞାନ କୌଶଳର
ବ୍ୟବହାର, ଜଳସେଚିତ ଜମି ପରିମାଣ ବୃଦ୍ଧି, ସମନ୍ଵିତ ପୋଷାକ ପରିଚାଳନା, ସମନ୍ଵିତ ରୋଗପୋକ ପରିଚାଳନା, ସମନ୍ଵିତ ତୃଣକ ପରିଚାଳନା, ଅଧିକ ପରିମାଣର ସାର ଓ ଅଣୁସାରର ବ୍ୟବହାର, ଧାଡି ବୁଣା ଓ ରୁଆ ପ୍ରଣାଳୀର ଆଦୃତି, ଶ୍ରୀ ପ୍ରଣାଳୀ ଧାନ ଚାଷ, ମୃତିକା ପରୀକ୍ଷା, ଫସଲ ପର୍ଯ୍ୟାୟ ଆଦି ଫସଲର ଉତ୍ପାଦିକତା ଓ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଛି ।

ଚାଷୀଭାଇ ମାନଙ୍କ ସହଯୋଗରେ ତଥା ତତକଳିନୀ କୃଷି ନିର୍ଦ୍ଧେଶକଙ୍କ ଅବଦନରେ ଲୁପ୍ତ ପ୍ରାୟେ ୮୯୭ ଦେଶୀ ଧାନ କିସମ ପେମେଣ୍ଟ କରାଯାଇ ନିଜ ବ୍ୟାଙ୍କରେ ସଂରକ୍ଷିତ କରାଯାଇଅଛି।
ପଚିଶ ବର୍ଷ ତଳେ ଧାନର ଉତ୍ପାଦିକତା ହେକ୍ଟର ପ୍ରତି କ୍ୟୁ. ୧୨ ଥିଲା ବେଳେ ବର୍ତ୍ତମାନ ତାହା ହେକ୍ଟର ପ୍ରତି କ୍ୟୁ. ୪୦କୁ ବୃଦ୍ଧି ହୋଇଛି ।

କାର୍ଯ୍ୟ ପ୍ରଣାଳୀରେ ସ୍ଵଚ୍ଛତା ଆଣିବା ପାଇଁ ବିଭିନ୍ନ ଯୋଜନା ମିଳୁଥିବା ରିହାତି ଅନଲାଇନ ମାଧ୍ୟମରେ ଚାଷିମାନଙ୍କୁ ସିଧାସଳକ ରିହାତି ହସ୍ତାନ୍ତର (DBT) କରାଯାଉଅଛି। କ୍ଷେତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ମାଧ୍ୟମରେ ଉନ୍ନତି ଜ୍ଞାନ କୌଶଳ ,ଉନ୍ନତ ବିହନ କିସମ ଚାଷୀଙ୍କ ପାଖରେ ପହଞ୍ଚାଯାଇପାରୁଛି । ବିଭିନ୍ନ ଯୋଜନରେ ଚାଷୀଙ୍କ ପାଇଁ ଉପଲବ୍ଧ ହେଉନ ଥିବା ସୁବିଧାକୁ ଆତ୍ମା(ATMA) ମାଧ୍ୟମରେ ପୂରଣ କରିବାର ସୁବିଧା କରାଯାଇଅଛି