ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଯାଜପୁର ଜିଲ୍ଲାର ଗଠନ ୧୦ମ ଶତାବ୍ଧି  ସୋମବଂଶୀ ରାଜା ଯଯାତୀ କେଶରୀ  ଆରମ୍ଭ କରିଥିଲେ । ଏହି ଜିଲ୍ଲାର ନାମ ଏହାର ମୁଖ୍ୟ ସହର ଯଯାତୀନଗର /ଯାଜପୁର ରେ ନାମିତ ହୋଇଥିଲା । ପ୍ରାଚୀନ କାଳରେ ଯାଜପୁର ଜିଲ୍ଲାର ଇତିହାସରେ ଏହାକୁ ବିରଜାକ୍ଷେତ୍ର ନାମରେ ନାମିତ କରଯାଇଥିଲା ।  ୧ ଏପ୍ରିଲ ୧୯୯୩ ରେ ଯାଜପୁର ଜିଲ୍ଲା କଟକ ଜିଲ୍ଲାରୁ ଭାଗ ହୋଇ ନୂଆ ଜିଲ୍ଲା ରୂପେ ସ୍ଥାପିତ ହେଲା । ଏହି ଜିଲ୍ଲାର  ଉତ୍ତରକୁ କେନ୍ଦୁଝର ଏବଂ  ଭଦ୍ରକ ଜିଲ୍ଲା ,ଦକ୍ଷିଣରେ କଟକ ଜିଲ୍ଲା,ପୁର୍ବରେ ଢେଙ୍କାନାଳ ଜିଲ୍ଲା ଓ ପଶ୍ଚିମରେ କେନ୍ଦ୍ରାପଡ଼ା ଜିଲ୍ଲା ଘେରି ରହିଛି ।

ଯାଜପୁର ଜିଲ୍ଲା ୨୦ ଡିଗ୍ରୀ ୩୦’ ରୁ ୨୧ଡିଗ୍ରୀ ୧୦’ ଉତ୍ତର ଅକ୍ଷାଂଶ ରେ  ଏବଂ ୮୫ଡିଗ୍ରୀ ୪୦’ -୮୬ ଡିଗ୍ରୀ ୪୪’ ଦ୍ରାଘିମା ରେ ଅବସ୍ଥିତ। ଜିଲ୍ଲାର କ୍ଷେତ୍ରଫଳ ୨୮୮୭.୬୯ ବର୍ଗ କିଲୋମିଟର । ୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ୧୮,୨୬,୨୭୫ ।

ଯାଜପୁର ଜିଲ୍ଲାରେ ଗୋଟିଏ ଉପଖଣ୍ଡ  ଅଛି ଓ ଏହାର ନାମ ଯାଜପୁର ଅଟେ । ଜିଲ୍ଲାରେ ୧୦ ଟି ତହସିଲ ,୧୦ଟି ବ୍ଲକ ,୩୧୧ ଟି ଗ୍ରାମପଞ୍ଚାୟତ ,୧୭୮୧ ଗାଁ ଏବଂ ୧୮ ଗୋଟି ପୋଲିସ ଥାନା ଅଛି ।

ଭାରତୀୟ ମାନରେ ଯାଜପୁର ଜିଲ୍ଲାର ଜଳବାୟୁ ଉତ୍ତମ ଅଟେ । ସବୁ ଋତୁ ଠିକ ସମୟରେ ଆସେ । ସମୁଦ୍ରପତନ ଠାରୁ ହାରାହାରି ୩୩୧ ମିଟର ଉଚ୍ଚରେ ଅବସ୍ଥିତ , ହାରାହାରି ବର୍ଷାର ପରିମାଣ ୧୦୧୪.୫ ମିଲିମିଟର ଅଟେ । ଏହି ଜିଲ୍ଲାର ଅଧିକ ତମ ତାପମାତ୍ରା ୩୮ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ଭିତରେ ରୁହେ । ଜିଲ୍ଲାର ଜଳବାୟୁ ମୋଟାମୋଟି ବେଶି ଗରମ କି ବେଶି  ଥଣ୍ଡା ନୁହେଁ ।

ଜିଲ୍ଲାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ  କୃଷି ଉପରେ ନିର୍ଭର କରେ । ଖଣି ଖାଦାନ ଭରା ଏହି ଜିଲ୍ଲା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

କିଛି ବର୍ଷ ଭିତରେ ବିଭିନ୍ନ ପ୍ରକାର ଉଦ୍ୟୋଗ ସ୍ଥାପନ ହେବାରେ ଲାଗିଛି । ଜିଲ୍ଲାର ସବୁଠୁ ବଡ ବଡ ଉଦ୍ୟୋଗ ଦାନଗଦି ବ୍ଲକ ର କଳିଙ୍ଗନଗର ଠାରେ ଅବସ୍ଥିତ । ଏଠାରେ ଛୋଟବଡ ବହୁତ ଗୁଡିଏ ଶିଳ୍ପାନୁଷ୍ଠାନ ଉତ୍ପାଦନ  ଆରମ୍ଭ କଲେଣି । ବଡବଡ ଶିଳ୍ପାନୁଷ୍ଠାନ ମଧ୍ୟରେ  ଟାଟା ସ୍ଟୀଲ ,ଜିନ୍ଦଲ ଷ୍ଟେନଲେସ ସ୍ଟୀଲ ,ନୀଳାଚଳ ଇସ୍ପାତ ନିଗମ ,ମେସ୍କୋ  ସ୍ଟୀଲ ,ଭିସା ,ମଇଥାନ ଆଦି କାର୍ଯ୍ୟ କରୁଅଛି। କାଳିଆପଣି, ଦୈତାରୀ ଠାରେ ବଡବଡ କ୍ରୋମ ,ଲୁହାପଥର ଖଣି ଅଛି ।ଏହି ଜାଗାରୁ ଦେଶ ଓ ଦେଶ  ବାହାରକୁ  କଞ୍ଚାମାଲ ରପ୍ତାନି କରାଯାଉଛି ଏବଂ ଓଡିଶା ରାଜ୍ୟ ଏହି ଖଣିରୁ  ବହୁତ ରାଜସ୍ଵ ଲାଭ କରୁଛି ।

କୃଷି ବିକାଶ କ୍ଷେତ୍ରରେ ଯାଜପୁର ଜିଲ୍ଲା ବରଗଡ ଓ ଜଗସିଂହପୁର ଜିଲ୍ଲା ପରେ ତୃତୀୟ ସ୍ଥାନ ଅଧିକାର କରିଛି । ଧାନ ବର୍ଷରେ ଦୁଇ ଥର  ଅମଳ କରାଯାଏ । ବର୍ଷା ଋତୁ ରେ ୮୫% ଧାନ ଅମଳ କରାଯାଇଥାଏ । ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଉପରେ ଯାଜପୁର ଜିଲ୍ଲା ମୁଖ୍ୟତ ଚାଷ ପାଇଁ ନିର୍ଭର କରିଥାଏ । ଜୁନ ମାସରେ ଧାନ ବୁଣାଯାଏ ଏବଂ ଅକ୍ଟୋବର ଓ ଡିସେମ୍ବର ମଧ୍ୟରେ ଧାନ କଟାଯାଏ । ଡାଳୁଅ ଧାନ(ଗ୍ରୀଷ୍ମ ଋତୁ ) ମୁଖ୍ୟତ ଜନସେଚନ ଉପରେ ନିର୍ଭର କରିଥାଏ ।

ଯାଜପୁର ଜିଲ୍ଲାର ସାକ୍ଷରତା ହାର ୮୦.୪୪ ଅଟେ ।ଏହି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୁଡିକ ହେଲା ଯାଜପୁର ଜିଲ୍ଲା ଉଚ୍ଚ  ବିଦ୍ୟାଳୟ, ମହତାବ ଉଚ୍ଚ ବିଦ୍ୟାଳୟ ମଙ୍ଗଳପୁର, ଏନସି ଉଚ୍ଚ ବିଦ୍ୟାଳୟ ଯାଜପୁର ରୋଡ , ଧର୍ମଶାଳା ବାଣିପୀଠ ,ଧର୍ମଶାଳା,ଧାନମଣ୍ଡଳ ଉଚ୍ଚ ବିଦ୍ୟାଳୟ ,ଧାନମଣ୍ଡଳ ସରକାରୀ ଉଛ ବିଦ୍ୟାଳୟ ,ଚଣ୍ଡୀଖୋଲ ,ମହାବିନୟକ ବିଦ୍ୟାୟନ,ବଡଚଣା ଏନସି ମହାବିଦ୍ୟାଳୟ ଯାଜପୁର ,ସାଧୁ ଗୌରେଶ୍ଵର ମହାବିଦ୍ୟାଳୟ ,ଚିତ୍ତାଳ ମହାବିଦ୍ୟାଳୟ,ରେଜିୟନାଲ ମହାବିଦ୍ୟାଳୟ ରାମବାଗ ,ଭିଏନ ମହାବିଦ୍ୟାଳୟ ଯାଜପୁର ରୋଡ ,ସରକାରୀ ପଲିଟେକ୍ନିକ ,ରଗଡି ।