ପଶୁପାଳନ
ଯାଜପୁର ଜିଲ୍ଲା କୃଷି ଉତ୍ପାଦନରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେଲେ ମଧ୍ୟ ଏହା ଏକ ପଛୁଆ ଜିଲ୍ଲା ଭାବରେ ୧୯୯୩ ମସିହା ପୂର୍ବରୁ ପରିଗଣିତ ହେଉଥିଲା । ଏହା ଜିଲ୍ଲା ଭାବରେ ପୁର୍ନଗଠିତ ହେବା ପରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଅବିରତ ଭାବରେ ପ୍ରଗତି କରିଚାଲିଛି । ବିଭିନ୍ନ ପ୍ରାକୃତିକ ବିପର୍ଜ୍ୟୟ ଏହି ଜିଲ୍ଲାର କୃଷକ ପରିବାରକୁ ବିପର୍ଜ୍ୟସ୍ତ କରି ଆସୁଥିବା ବେଳେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୋ-ପାଳନ,ଛେଳି ଓ ମେଣ୍ଢାପାଳନ,କୁକୁଡା ପାଳନ ମାଧ୍ୟମରେ ଗ୍ରାମାଞ୍ଚଳର କୃଷିଜୀବୀ ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାର ସହାୟକ ହୋଇପାରିଛି । ୧୯୯୩ ମସିହା ବେଳକୁ ଏହି ଜିଲ୍ଲାରେ ଉପଲବ୍ଧ ହେଉଥିବା କ୍ଷୀର ଉତ୍ପାଦନ ୩୧.୫ ୧୦୦ TMT ,ମାଂସ ଉତ୍ପାଦନ ୨୫.୫ ୧୦୦ TMT ଓ ଅଣ୍ଡା ଉତ୍ପାଦନ ୩୪.୭ ନିୟୁତ ଥିବା ବେଳେ ଆଜି ତାହା ବୃଦ୍ଧି ପାଇ ଯଥାକ୍ରମେ ୫୮.୨ ୧୦୦ TMT ,୧୧୩୧୬ ୧୦୦ TMT ଓ ୫୧.୫୮ ନିୟୁତରେ ପହଞ୍ଚି ପାରିଛି । ଓଡିଶା ଶର୍କର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତ କର କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି । ଦୈନିକ ବ୍ୟକ୍ତି ପିଛା କ୍ଷୀର ୮୮ ମିଲି. ,ଅଣ୍ଡା ବର୍ଷକୁ ୩୨ ଟି,ଓ ବର୍ଷକୁ ମାଂସ -୧.୨ କି. ଗ୍ରା ମିଳିପାରୁଛି ଯାହାକି ୧୯୯୩ ରେ -ବ୍ୟକ୍ତି ପିଛା କ୍ଷୀର ୫୬ ମିଲି. ,ଅଣ୍ଡା ୨୨ ଟି ଓ ମାଂସ -୮୫୦ ଗ୍ରାମରେ ସୀମିତ ଥିଲା ।
ସୁତରାଂ କେବଳ ଦେଶୀ ଗାଈ ସଂଖ୍ୟାରେ ଅବନୀତି ଘଟିଛି କିନ୍ତୁ ଶଙ୍କର ଗାଈ ଓ କ୍ରମୋନ୍ନତ ଗାଈ – ଗୋରୁ ସଂଖ୍ୟାରେ ଯଥେଷ୍ଟ ଉନ୍ନତି ପରିଲିଖିତ ହେଉଛି,ବିଶେଷତ ବ୍ରଏଲର କୁକୁଡା ପାଳନ କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ଦେଖିବାକୁ ମିଳୁଛି । ପ୍ରତ୍ୟେକ ଅଞ୍ଚଳରେ ବ୍ରଏଲର କୁକୁଡା ଏବେ ଉପଲବ୍ଧ । ଉନ୍ନତ ଧରଣର କୁକୁଡା ମଧ୍ୟ ଏବେ ପାଳିତ ହେଉଛି ଯାହାକି ୧୯୯୩ ମସିହାରେ ନ ଥିଲା । ଏମାନେ ଦେଶୀ କୁକୁଡା ଅପେକ୍ଷା ଅଧିକ ଅଣ୍ଡା ଦେବା ସହ ଶୀଘ୍ର ଅଧିକ ଓଜନଦାର ହେଉଛନ୍ତି ।ପ୍ରାଣୀ ସମ୍ପଦ ବିକାଶ ବିଭାଗର କାର୍ଯ୍ୟକ୍ରମ ୧୯୯୩ ମସିହା ବେଳକୁ କୃତ୍ରିମ ପ୍ରଜନନ ,ଟୀକାକରଣ ରୋଗନିରୁପଣ ଓ ଚିକିତ୍ସା ରେ ପ୍ରାୟ ସୀମିତ ଥିଲା ମାତ୍ର ଏବେ ଗୋପାଳନ ,ଛେଳି ,ମେଣ୍ଢା ଓ କୁକୁଡା ପାଳନକୁ ପ୍ରୋତ୍ସାହନ ଦେବା ପାଇଁ ,ତଥା ପ୍ରାଣିଜ ଉତ୍ପାଦଙ୍କୁ ମୂଲ୍ୟଯୁକ୍ତ କରିବା ପାଇଁ ଋଣ ଓ ସବସିଡି ମିଳିପାରୁଛି ,ଫଳରେ ମାଂସ ,କ୍ଷୀର ଓ ଅଣ୍ଡା ଉତ୍ପାଦନରେ ବୃଦ୍ଧି ଘଟିଛି ।
ବର୍ତ୍ତମାନ କୃତ୍ରିମ ପ୍ରଜନନକୁ ,ଚାଷୀଙ୍କ ଦ୍ଵାରା ଦେଶରେ ପହଞ୍ଚାଇପାରିଛି ।ଚାଷୀଙ୍କ କ୍ଷତି କମାଇବା ପାଇଁ ପ୍ରାଣୀ ସମ୍ପଦ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି , ଘାସଚାଷକୁ ପ୍ରୋତ୍ସାହନ ଦେବା ପାଇଁ ,ଘାସମୂଳ ,ମଞ୍ଜି ,ସାର ଓ ଅନ୍ୟାନ୍ୟସହାୟତା ପ୍ରଦାନ କରାଯାଇଛି ।ବାଛୁରି ପାଳନ ଯୋଜନା ,ରୋଗ,ଚିକିତ୍ସା’ ଶିବିର ଆୟୋଜନ ,ଚାଷୀଙ୍କୁ ତାଲିମ ଓ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇ ତାଙ୍କୁ ଅଧିକ ସଚେତନ କରାଯାଉଛି ।ଏହା ଫଳରେ ପୂର୍ବପେକ୍ଷା ପ୍ରାଣୀ ପାଳନରୁ ଚାଷୀଙ୍କୁ ଅଧିକ ଆୟ ମିଳିପାରୁଛି ଓ ପ୍ରାକୃତିକ ବିପର୍ଜ୍ୟୟ ସତ୍ତ୍ୱେ ସେମାନେ ଆର୍ଥିକ ସ୍ତରରେ ଦୁର୍ବଳ ହେଉନାହାନ୍ତି । ଏବେ ଜିଲ୍ଲାରେ ପ୍ରାଣୀ ଚିକିତ୍ସାଳୟ ଓ ୧୪୪ ଗୋଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି ।