ସଂସ୍କୃତି ଏବଂ ଐତିହ୍ୟ

ଏକଦା ଯାଜପୁର ଜିଲ୍ଲା ପ୍ରାଚୀନ ଓଡିଶାରେ କଳା ଓ ସଂସ୍କୃତିର ଏକ ବଡ କେନ୍ଦ୍ର ଥିଲା । ଏହି ଜିଲ୍ଲା ପୁରାତନ ସମୃଦ୍ଧ ଓଡିଶା ର ଏକ ପ୍ରାଚୀନ ସହର ଓ ରାଜଧାନୀ ରୂପେ ପରିଗଣିତ ଥିଲା । ଏହା ରାଜ୍ୟର ଏକ ତନ୍ତ୍ର ବିଦ୍ୟା ନଗର ଭାବେ ଜଣାଯାଏ । ଇତିହାସର ମୁକସାକ୍ଷୀ ହିସାବରେ ବିରଜା ମନ୍ଦିର ,ଭଗବାନ ବରାହ ମନ୍ଦିର ଦଶାଶ୍ଵମେଧ ଘାଟ ,ଜଗନ୍ନାଥ ମନ୍ଦିର,ତ୍ରିଲୋଚନ ମନ୍ଦିର , ରତ୍ନଗିରି ଏବଂ ଉଦୟଗିରୀ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରିଥାଏ । ଯାଜପୁରର ନାଭିଗୟା ପୀଠରେ ପିଣ୍ଡ ଦାନ ଓ ଦଶାଶ୍ଵମେଧ ଘାଟରେ ଅସ୍ଥି ବିସର୍ଜନ ପାଇଁ ଦେଶ ବିଦେଶରୁ ଲୋକେ ଆସିଥାନ୍ତି ।
ସମ୍ବୃଦ୍ଦ ଏବଂ ବିଭିନ୍ନ କଳାର ଗନ୍ତା ଘର ଏହି ଯାଜପୁର ଜିଲ୍ଲା ସଂସ୍କୃତିର ଏକ ପିଣ୍ଠସ୍ଥଳ ।ଜିଲ୍ଲାରେ ବସ୍ତୁକଳା,ଚିତ୍ରକଳା,ମୂର୍ତ୍ତିକଳା ଓ ହସ୍ତଶିଳ୍ପର ବହୁଳ ପ୍ରଚାର ହୋଇଥାଏ । ଯାଜପୁର ଚିତ୍ରକଳା ବିଦ୍ୟାଳୟରେ ଚିତା ଓ ମୁରୁଜରେ ପ୍ରଶିକ୍ଷଣ ଦିଆଯାଇଥାଏ । ମାର୍ଗଶିର ମାସରେ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ମହିଳାମାନେ ମା ବିରଜା ମନ୍ଦିର ଆସିଥାନ୍ତି ।
ଅନେକ ସାମାଜିକ ଓ ଧାର୍ମିକ ସଂସ୍କୃତିକ ପର୍ବ ପର୍ବାଣିର ପାଳନ ଯାଜପୁର ସହର ଓ ଜିଲ୍ଲାର ସାଧାରଣ ବିଶେଷତ୍ଵ । ସେସବୁ ମଧ୍ୟରେ,ଅକ୍ଷୟ ତୃତୀୟା :ଏହା ଏକ ଗୁରୁତ୍ଵପୂର୍ଣ୍ଣ କୃଷି ଭିତ୍ତିକ ପର୍ବ, ଯାହାକି ବୈଶାଖମାସରେ କୃଷି କ୍ଷେତ୍ରରେ ପ୍ରାଥମିକ ଧାନବୁଣା ସମୟରେ ଅନୁଷ୍ଠିତ ହୋଇଥାଏ । ଏହାକୁ ଅଖିମୁଠି ଅନୁକୂଳ କୁହାଯାଏ । ଏହି ଦିନ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ପ୍ରସିଦ୍ଧ ଚନ୍ଦନଯାତ୍ରା ଏହି ଦିନହିଁ ଅନୁଷ୍ଠିତ ହୁଏ । ଗ୍ରାମୀଣ ଲୋକେ ଅକ୍ଷୟ ତୃତୀୟାକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ।ରଥଯାତ୍ରା : ଏହା ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ହୁଏ । ଯାଜପୁର ସହରର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଜନ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।ଗଣେଶପୂଜା:ଯାଜପୁର ସହରରେ ପାର୍ବଣ ଋତୁ ଗଣେଶ ପୂଜାଠାରୁ ଆରମ୍ଭ କରି କାଳୀପୂଜା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ପ୍ରଭୁ ବିନାୟକ ପ୍ରତ୍ୟେକ ଘରେ ଘରେ ଜ୍ଞାନ ଓ ସମୃଦ୍ଧିର ଦେବତା । ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳିତ ହୁଏ । ଗଣେଶ ପୂଜାର ଭସାଣି ଉତ୍ସବ ଯାଜପୁର ସହରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଥାଏ ।
ସେହିପରି ସରସ୍ଵତୀ ପୂଜା, ଖୁଦୁରୁକୁଣୀ ଓଷା, ଶିବରାତ୍ରି , ମାଘ ସପ୍ତମୀ ଓ ମଙ୍ଗଳବାର ଓଷା ଜିଲ୍ଲାର ସବୁ ଅଂଚଳରେ ଲୋକମାନେ ପାଳନ କରିଥାନ୍ତି ।

ଦୁର୍ଗାପୂଜା:ଓଡିଶାରେ ଶକ୍ତି ଉପାସନା ପ୍ରାକ-ଗୁପ୍ତ ସାମ୍ରାଜ୍ୟ ସମୟରୁ ହୋଇଆସୁଛି । ଯାଜପୁର ସହରର ଦୁର୍ଗାପୂଜା ଓ ଭସାଣି ଲୋକପ୍ରିୟ ଅଟେ।କୁମାର ପୂର୍ଣ୍ଣିମା ପ୍ରତି ବର୍ଷ ଆଶ୍ଵିନ ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମା ପାଳନ କରାଯାଏ ।ଯାଜପୁର ସହରରେ କାଳୀପୂଜା ଓ ଭସାଣି ଉତ୍ସବ ଅତ୍ୟନ୍ତ ଆନନ୍ଦ ଉତ୍ସବର ସହ ପାଳିତ ହୋଇଥାଏ ।
ଯାଜପୁର ଜିଲ୍ଲାରେ ପ୍ରଚଳିତ ଭାଷା
ଓଡିଆ ଯାଜପୁର ର ସବୁଠୁ ପୁରାତନ ଭାଷା। କିନ୍ତୁ ଏଠାରେ 10% ଉର୍ଦ୍ଧୁ ଭାସି ଓ ଆଦିବାସୀ ଭାଷା(ସାନ୍ତାଳି) ମଧ୍ୟ କହିଥାନ୍ତି ।
କଳା ଓ ସାହିତ୍ୟ
ଯୁଗ ଯୁଗରୁ ଯାଜପୁର ଭାଷା ର କେନ୍ଦ୍ର ରୂପେ ପରିଗଣିତ।ଓଡିଆ ର ପ୍ରଚାର ଓ ପ୍ରସାର ପାଇଁ ଯାଜପୁର ର ଅବଦାନ କିଛି କମ ନୁହଁ। ଓଡିଶା ରାଜ୍ୟର ବଡ ବଡ ସାହିତ୍ୟିକ ମଧ୍ୟରେ ଅଭିମନ୍ୟୁ ସାମନ୍ତ ସିଂହାର,ମଞ୍ଜୁଲା କୃଷ୍ଣ ପ୍ରସାଦ ବସୁ ,ବ୍ରଜ ସୁନ୍ଦର,ବିରୂପଶ୍ୟ କର,ଅଭିନେତା କାମ ପାଲ ମିଶ୍ର ଅନ୍ୟତମ । ଲେଖକ ଉପେନ୍ଦ୍ର ତ୍ରିପାଠୀ ,ବୈକୁଣ୍ଠ ନାଥ ରଥ ଓ ଗୋବିନ୍ଦ ଦାସ ଙ୍କ ଅବଦାନ କିଛି କମ ନୁହେଁ।