ସ୍ୱାସ୍ଥ୍ୟ
ଯାଜପୁର ଉପଖଣ୍ଡ ଚିକିତ୍ସାଳୟ ତା ୨୨.୦୯.୧୯୯୩ ରିଖ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଥିଲା । ଏହା ୬୫ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଥିଲା । ସମୁଦାୟ ୧୫ ଜଣ ଡାକ୍ତରଙ୍କ ଦ୍ଵାରା ଏହି ୬୫ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳିତ ହୋଇଆସୁଥିଲା ।
୧୯୯୮ ମସିହାରେ ଓ.ଏଚ.ଏସ.ଡି.ପି ମାଧ୍ୟମରେ ଅଧିକ ୧୦୦ ସାଧାରଣ ଶଯ୍ୟା ଗୋଟିଏ ୨୦ ଶଯ୍ୟା ବିଶିଷ୍ଟ ଏକ ଚକ୍ଷୁ ଚିକିତ୍ସାଳୟ ଆରମ୍ଭ ହୋଇଥିଲା ଏବଂ ଗୋଟିଏ ଦନ୍ତ ବିଶେଷଜ୍ଞ ପଦବୀ ସୃଷ୍ଟି କରାଗଲା । ପୁନଶ୍ଚ ୧୦ ଶଯ୍ୟା ବିଶିଷ୍ଟ ଶିଶୁ ୱାର୍ଡ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲା ।
ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବାପାଇଁ ମୋଟ ୭୧ଜଣ ଡାକ୍ତର ଅନୁମୋଦନ କରାଯାଇଅଛି । ବର୍ତ୍ତମାନ ୧୯୫ ଶଯ୍ୟା ସହିତ ୪ ଟି କକ୍ଷ ଏକ ୬ ମହଲା ବିଶିଷ୍ଟ ମାତୃ ଶିଶୁ ବିଭାଗ ପାଇଁ ଆଉ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
ସେହିପରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୩୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
ଜିଲ୍ଲା ହେବା ପୂର୍ବରୁ ୪ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା-ବିଞ୍ଝାରପୁର,ବଡଚଣା,ଧର୍ମଶାଳା ଓ ମଙ୍ଗଳପୁର,ଗୋଟିଏ ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,୬ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା-ବରୀ,ଦଶରଥପୁର,ମଧୁବନ,ମାର୍କଣ୍ଡପୁର,ସୁକିନ୍ଦା ଓ କୋରେଇ । ଏହା ଛଡା ୩ ଗୋଟି କୁଷ୍ଠ ରୋଗ ନିରାକରଣ କେନ୍ଦ୍ର ଯଥା-ସୁକିନ୍ଦା,ଚଣ୍ଡିଖୋଲ ଓ ଯାଜପୁର ରେ ପରିଚାଳିତ ହେଉଥିଲା । ଜିଲ୍ଲା ର ବିଭିନ୍ନ ବ୍ଲକ ଅଧୀନରେ ୭ ଗୋଟି ଅତିରିକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,୪ ଗୋଟି ଡାକ୍ତରଖାନା,୨୯ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୁତନ),୫ ଗୋଟି ସହାୟକ ସ୍ୱାସ୍ଥ୍ୟ କେନ୍ଦ୍ର,୫ ଗୋଟି ସହାୟତା ଚିକିସ୍ଛା । କେନ୍ଦ୍ର ୨୬୦ ଉପକେନ୍ଦ୍ର ଓ ଅନ୍ୟାନ୍ୟ ୪ଟି ଚିକିଶ୍ଚ୍ହଳୟ ଯଥା – ଯାଜପୁର ରୋଡ ହସ୍ପିଟାଲ,ହରିଦାସପୁର ହସ୍ପିଟାଲ,ଗୋପାଳପୁର ହସ୍ପିଟାଲ ଓ ଦୁର୍ଘଟଣା କେନ୍ଦ୍ର ଚଣ୍ଡିଖୋଲ ରେ କାର୍ଯ୍ୟ କରୁଥିଲା ।
ବର୍ତ୍ତମାନ ସମୁଦାୟ ଆମ ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟକୁ ଛାଡି ୧୨ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,୩ଟି ଅନ୍ୟାନ୍ୟ ଡାକ୍ତରଖାନା,୫୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୁତନ) ପରିଚାଳିତ ହୋଇଆସୁଅଛି ଆଉ ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୁତନ) ଯଥା-ସିଂହପୁର,ଦକ୍ଷିଣବନ୍ଧ ଓ କୁଞ୍ଜବିହାରୀପୁର ଠାରେ ଖୁବ ଶୀଘ୍ର ଖୋଲାଯିବା ପାଇଁ ସରକାର ଅନୁମୋଦନ ଦେଇ ସାରିଛନ୍ତି ଏବଂ ୨୬୦ ଉପ କେନ୍ଦ୍ର କୁ ଛାଡି ଅତିରିକ୍ତ୪୮ ଗୋଟି ଉପ କେନ୍ଦ୍ର ଖୋଲାଯିବା ପାଇଁ ଅନୁମୋଦିତ ଦେଇଅଛନ୍ତି ।
ଆଗରୁ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ୪ ଜଣ ଡାକ୍ତର ଥିବା ବେଳେ ବର୍ତ୍ତମାନ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ ଜଣଡାକ୍ତର କାର୍ଯ୍ୟ କରିବା ପାଇଁ ଅନୁମୋଦନକରାଯାଇଛି ।ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ ଜଣ ଡାକ୍ତର କାର୍ଯ୍ୟ କରିବା ପାଇଁ ଅନୁମୋଦନ କରାଯାଇଅଛି । ଏବେ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖା ଦନ୍ତ ଚିକିତ୍ସକ କାର୍ଯ୍ୟ କରିବା ପାଇଁ ଅନୁମୋଦନ କରାଯାଇଅଛି ।
ବର୍ତ୍ତମାନ ଲୋକମାନଙ୍କୁ ସହଜ ସରଳ ସୁବିଧା ସ୍ୱାସ୍ଥ୍ୟ ସେବା ଯୋଗେଇଦେବାପାଇଁ ନିମ୍ନଲିଖିତ ଯୋଜନାମାନ କାର୍ଯ୍ୟକାରୀ ହେଉଅଛି । ଯଥା
-ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସହାୟତା କରିବା ପାଇଁ୧୮୭୭ ଜଣ ଆଶା କାର୍ଯ୍ୟରତ ।
-ସ୍ୱାସ୍ଥ୍ୟ ପରିମଳ ଏବଂ ପୁଷ୍ଟି ଜନିତ ସମସ୍ୟାର ତୁରନ୍ତ ପଦକ୍ଷେପ ନେବାପାଇଁ ୧୫୨୯ ଟି “ଗାଁ କଲ୍ୟାଣ ସମିତି” ଗଠନ କରାଯାଇଅଛି । ଏଥିପାଇଁ ପ୍ରତ୍ୟେକ ସମିତିକୁ ବାର୍ଷିକ ୧୦୦୦୦ ଟଙ୍କା ଅନୁଦାନଦିଆଯାଉଅଛି ।
-ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ସଦର ମହକୁମାରେ ଚିକିତ୍ସାଳୟର ଉନ୍ନତି ଏବଂ ସୁପରିଚାଳନା ନିମନ୍ତେ´”ରୋଗୀ କଲ୍ୟାଣ ସମିତି “ ଗଠନ ସହିତ ଖୋଲା ପାଣ୍ଠି ର ବ୍ୟବସ୍ଥା କରାଯାଇଅଛି ।
-ଅତିରିକ୍ତ ପୁଷ୍ଟି ହୀନତା ରୋଗର ଶିକାର ହୋଇଥିବା ଶିଶୁମାନଙ୍କ ଚିକିତ୍ସା ପାଇଁ ଦୁଇ ଗୋଟି ପୁଷ୍ଟି ସାଧନ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ।
-ବର୍ତ୍ତମାନ ଜିଲ୍ଲାରେ ୧୮ ଗୋଟି ଆମ୍ବୁଲାନ୍ସ (୧୦୮) ଓ୨୩ ଗୋଟି ଜନନୀ ଏକ୍ସପ୍ରେସ(୧୦୨) କାର୍ଯ୍ୟରତ ।
-ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା ଓ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ମାଧ୍ୟମରେ ଜନସାଧାରଣଙ୍କୁ ଅତିରିକ୍ତ ଚିକିତ୍ସା ମାଗଣାରେ ପ୍ରଦାନ କରାଯାଉଅଛି ।
-ଯକ୍ଷ୍ମାରୋଗର ସଠିକ ପରିକ୍ଷ। ପାଇଁ ଜିଲ୍ଲାରେ ଗୋଟିଏ ଏବଂ ପ୍ରଥମ CBNAAT ଯନ୍ତ୍ର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଉପଲବ୍ଧ ।
-କର୍କଟ ରୋଗ ନିରୂପଣ ଏବଂ ଚିକିତ୍ସା ପାଇଁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ‘କେମୋଥେରାପି’ ବିଭାଗ କାର୍ଯ୍ୟ କରୁଅଛି ।
-ଜିଲ୍ଲା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭକରି ଜିଲ୍ଲା ସଦର ମହାକୁମା ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅନୁଷ୍ଠାନରେ ଆବଶ୍ୟକୀୟ ନିଃଶୁକ୍ଳ ଔଷଧ ପ୍ରଦାନ (ନିରାମୟ ଯୋଜନା) ଏବଂ ରୋଗ ନିରୂପରଣ ସେବା (ନିଦାନ ଯୋଜନା) ଉପଲବ୍ଧ ।
-ଜିଲ୍ଲାରେ ୩ ଗୋଟି ସ୍ଵର୍ଗରଥ (ଶବ ବାହକ) ଗାଡି ଏବଂ ଏକ ଗୋଟି ମହାପ୍ରୟାଣ ଗାଡି କାର୍ଯ୍ୟ କରୁଅଛି ।
-ଅତିଶୀଘ୍ର ନିମ୍ନଲିଖିତ ବିଭାଗ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ରେ କାର୍ଯ୍ୟକ୍ଷମ ହେବାକୁ ଯାଉଅଛି ।
-Special New Born care unit(SNCU)
-Geriatric Ward
-Dialysis Unit
-ଜିଲ୍ଲା ସଦର ମହକୁମାରେ ଏକ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଅଛି ।
-ସାମଗ୍ରିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁରଜିଲ୍ଲାର ଜିଲ୍ଲାପାଳଙ୍କ ନେତୃତ୍ଵରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର କାର୍ଯ୍ୟକରିବା ପ୍ରତିବଧତାରେ ଟାଇମସ ଅଫ ଇଣ୍ଡିଆ ଗୃପ ଦ୍ଵାରା ଯାଜପୁର ଜିଲ୍ଲାକୁ ରାଜ୍ୟର ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ସଂପାଦାନକାରୀ ଜିଲ୍ଲା ଭାବରେ ୨୦୧୭ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପୁରସ୍କୃତ କରାଯିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଅଛି ।
-୨୦୧୫ ସେପ୍ଟେମ୍ବର ମାସରୁ ୨୦୧୬ ଜୁନ ମାସ ମଧ୍ୟରେ ନଗଡରେ୧୯ ଜଣ ଶିଶୁ ମୃତ୍ୟୁ ସାରା ବିଶ୍ଵରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନଗ୍ରସର ଅଞ୍ଚଳ ଭାବରେ ଯେଉଁ ଚହଳ ପଡ଼ିଥିଲା , ଆଜି ୨୦୧୮ ମସିହା ମାର୍ଚ୍ଚ ମାସରେ ତାହାର ସମ୍ପୁର୍ଣ୍ଣ ଆଖିଦୃଶିଆ ପରିବର୍ତ୍ତନ ସମସ୍ତଙ୍କୁ ଚମତକୃତ କରିଅଛି । ପ୍ରତିଷେଧକଟୀକା ବ୍ୟବସ୍ଥା,ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅନଗ୍ରସର ଅଞ୍ଚଳକୁ ସମ୍ପୁର୍ଣ୍ଣ ବିକସିତ ଅଞ୍ଚଳରେ ପରିବର୍ତ୍ତନ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କର କର୍ତ୍ତବ୍ୟନିଷ୍ଠାର ପରିଚୟ ପ୍ରଦାନ କରିଅଛି ।